ନବବର୍ଷ ଅବସରରେ ଧଳତଙ୍ଗଗଡ଼ ଜଙ୍ଗଲରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ରଙ୍କ ବନ୍ଧୁ ମିଳନ

Get real time updates directly on you device, subscribe now.

{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ନବବର୍ଷ ୨୦୨୫ ଅବସରରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କ ବିରାଟ ଏକ ବନ୍ଧୁ ମିଳନ ଧଳତଙ୍ଗଗଡ଼ ଜଙ୍ଗଲ ରେ ଅନୁଷ୍ଠିତ ହୋଇଯାଇଛି l ଚାରିଆଡେ ଲୋକାରଣ୍ୟ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ନାଉଗାଁ ଓ ଜଗତସିଂହପୁର ବ୍ଲକ ଜଗତସିଂହପୁର ପୌରପରିଷଦ ର ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ, ଯୁବ ଛାତ୍ର ଙ୍କ ଯୋଗଦାନ ଦେଖିବାକୁ ମିଳିଥିଲା l ପ୍ରାୟ ୫ ହଜାର ରୁ ଉର୍ଦ୍ଧ କର୍ମୀ ଏହି ବଣଭୋଜି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ l ପ୍ରାରମ୍ଭରେ ରେ ଏହି ଅବସରରେ ଏକ ବିରାଟ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ ଜଗନ୍ନାଥ ଦାଶ ସଭାପତିତ୍ୱ କରିଥିଲେ l ସାମ୍ନାନୀତ ଅତିଥିଭାବେ ,ପୂର୍ବତନ ଜିଲ୍ଲାପରିଷଦ ସଭାପତି ଦେବୀଦତ୍ତ ମହାନ୍ତି, ପୂର୍ବତନ ଜଗତସିଂହପୁର ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସ୍ୱାଇଁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସ୍ୱାଇଁ, ନାଉଗାଁ ବରିଷ୍ଠ ନେତା ପ୍ରଦୀପ୍ତ ସ୍ୱାଇଁ, ଯୁଝିଷ୍ଠିର ସ୍ୱାଇଁ, ଦେବୀ ପ୍ରସାଦ ସାହାଣୀ, ଶ୍ରୀକାନ୍ତ ଚୌଧୁରୀ,ଅକ୍ଷୟ ପାତ୍ର, ସୁଶାନ୍ତ ମଲ୍ଲିକ ତାପସ ଦାସ,ବିଦୁର ନାୟକ, ଦେବୀ ରଞ୍ଜନ ପାଢ଼ୀ,ବିଷ୍ଣୁ ଚରଣ ବେହେରା,ଶ୍ରୀକାନ୍ତ ଚୌଧୁରୀ, ସୁଶାନ୍ତ ସ୍ୱାଇଁ,ଆଡଭୋକେଡ଼ ରବୀନ୍ଦ୍ର ସ୍ୱାଇଁ, ଆଡ଼ଭୋକେଡ଼ ଅତୁଲ ଦାସ, ସମୀର ଲେଙ୍କା,ବରୋଦା ପ୍ରସାଦ ରାୟ, ଲିଙ୍ଗରାଜ ଲେଙ୍କା, ଅନିରୁଦ୍ଧ ପତି,ଧନେଶ୍ୱର ଦାସ,କଳ୍ପନା ମହାନ୍ତି ସର୍ଜନ ସିଂ,ନିଲୁ ରାମ ଜେନା,ଅଞ୍ଜନ କୁମାର ସାମଲ, ସମୀର ପଟ୍ଟନାୟକ,ଭ୍ରମରବର ସ୍ୱାଇଁ, ନିଗମାନନ୍ଦ ପତି, ଦେବେନ୍ଦ୍ର ରାୟ ଙ୍କ ସମେତ ଆଗଧାଡିର ବହୁ ବରିଷ୍ଠ କର୍ମୀ ଯୋଗଦେଇଥିଲେ l ଏହି ଅବସରରେ ଜଗତସିଂହପୁର ବିଧାୟକ ତାଙ୍କ ବକ୍ତବ୍ୟ ରେ ଜଗତସିଂହପୁର ନାଉଗାଁ ଅଞ୍ଚଳର କର୍ମୀ ମାନଙ୍କ ପାଇଁ ଆଜି ମୁଁ ଏଠାରେ ପଂହଁଚି ପାରିଛି l ଯାହାର ଯାହାର କିଛି କହିବାରେ ଅଛି ମନରେ କୋହ ଅଛି ଭଲ ପାଇବା ଅଛି ସେଥିପାଇଁ ଆଜି ଆମେ ଏକାଠି ହୋଇଛେ l ଆପଣ ମାନଙ୍କ ପାଇଁ ଆଜି ଓଡ଼ିଶାରେ ସରକାର ପରିବର୍ତ୍ତନ ହୋଇଛି ଆଉ ଓଡିଶା ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ସରକାର ଆସିଛି l ଯାହା ପ୍ରତିଶୃତି ରଖିଥିଲେ ତାହା ପାଳନ କରିଛନ୍ତି l ବୟୋଜ୍ୟଷ୍ଠ ଵ୍ୟକ୍ତି ଙ୍କ ଭତ୍ତା ୩୫୦୦ ପ୍ରଦାନ ହୋଇଛି, ମା ମାନଙ୍କ ର ସୁଭଦ୍ରା ଟଙ୍କା ବି ଆସିଛି, ଧାନ ର ମୂଲ୍ୟ ବୃଦ୍ଧି ହୋଇ ୩୧୦୦ ଶହ ଟଙ୍କା ହୋଇଛି ଏହି ସବୁ ପ୍ରସଙ୍ଗ ରେ ଆଲୋକପାତ କରିଥିଲେ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons