ନାଉଗାଁ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

Get real time updates directly on you device, subscribe now.

{ ଜଗତସିଂହପୁରରୁ ରକେଶ କୁମାର ରାୟଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ . ସୋନାଲ,( ଭା. ପ୍ର .ସେ.) ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ 79 ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ 67 ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ 12 ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ୍ କାର୍ଡ ସମସ୍ୟା ସମ୍ପର୍କୀୟ 03 ଟି, ଆବାସ ଯୋଜନା ସମ୍ପର୍କୀୟ 13 ଟି, ଜମିଜମା ସମସ୍ୟା ସମ୍ପର୍କୀୟ 15ଟି, ପେନସନ୍ ପାଇବା ପାଇଁ 0 7 ଟି, ପୋଲିସ ସହାୟତା ପାଇବା ପାଇଁ 02,ରେଡ କ୍ରସ ସହାୟତା ପାଇଁ 1ଟି, ମୁଖ୍ଯ ମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ପାଇଁ 3 ଟିଏବଂ ଅନ୍ୟାନ୍ୟ 22 ଟି ଅଭିଯୋଗର ଶୁଣାଣି କରାଯାଇଥିଲା। 01 ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର, ଜ଼ିଲ୍ଲା ପରିଷଦ ର ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତୃଷ୍ନା ଲେଙ୍କା, ଜିଲ୍ଲା ପରିଷଦ ସଦସ୍ୟା,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଶ୍ମିରଂଜନ ସାହୁ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାଉଗାଁ ଶ୍ରୀ ତପନ ମହାପାତ୍ର , ତହସିଲଦାର, ନାଉଗାଁ ,ଶ୍ରୀଶିବାଶିଷ ପରିଡା , ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons