ମା’ଜାଗୁଳାଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

Get real time updates directly on you device, subscribe now.

{ ତିର୍ତ୍ତୋଲରୁ ପ୍ରସନ୍ନଜିତ୍ ଦାସଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ଅଲଣା ଗ୍ରାମରେ ମା’ ଜାଗୁଳାଇ କ୍ରିକେଟ ପଡ଼ିଆରେ ଦ୍ଵିତୀୟ ଥର ପାଇଁ ନାଇଟ ମ୍ୟାଚ ଧମାକା ଟେନିସ ବଲ କ୍ରିକେଟ ଟୁଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। ଏହି ଟୁଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପୁର ନୂତନ ମଣ୍ଡଳ ସଭାପତି ଗଗନ ବିଶ୍ଵାଳ,ପଞ୍ଚାୟତ ପ୍ରମୁଖ ପ୍ରଶାନ୍ତ କୁମାର ପଣ୍ଡା,ଅଲଣା ଗ୍ରାମର ମୁଖ୍ୟ ସୈମ୍ୟକାନ୍ତ ସ୍ବାଇଁ , ପ୍ରଶାନ୍ତ ବାରିକ ଉଦ୍ଘାଟନ କରିଥିବା ବେଳେ ପୁରସ୍କାର ବିବରଣ ଉତ୍ସବରେ ପଞ୍ଚାୟତ ର ସମିତି ସଭ୍ୟ ଉମେଶ ଚନ୍ଦ୍ର ବାରିକ, ବିଶ୍ଵଜିତ ବିଶ୍ଵାଳ, ତ୍ରିଲୋଚନ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଟୁଣ୍ଣାମେଣ୍ଟ ରେ ପଞ୍ଚାୟତର ମୋଟ ୮ ଟିମ୍ ଭାଗ ନେଇଥିବା ବେଳେ ସେଥିରୁ ପିପିଲି କ୍ରିକେଟ ଟିମ ଓ ନୂଆପଡ଼ା କ୍ରିକେଟ୍ ଟିମ ମଧ୍ୟରେ ଫାଇନାଲ ଖେଳାଯାଇଥିଲା। ଫାଇନାଲ ମ୍ୟାଚ ରେ ପିପିଲି ପ୍ରଥମେ ବ୍ୟାଟିଂ କରି ୪ ଓଭରରେ ୧୯ ରନ୍ କରିଥିଲା। ୨୦ ରନ୍ ର ବିଜୟ ଲକ୍ଷ୍ୟ ନେଇ ନୂଆପଡ଼ା ଟିମ୍ ର ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ଥିଲେ। ୩ ଓଭର ୫ ଟି ବଲରେ ୨୦ ରନ ସଂଗ୍ରହ କରିଦେଇଥିଲେ। ଯାହା ଫଳରେ ନୂଆପଡ଼ା କ୍ରିକେଟ୍ ଟିମ ଚମ୍ପିୟାନ ହୋଇଥିଲା।ଏହି ଟୁଣ୍ଣାମେଣ୍ଟେ ରେ ଅମ୍ପଏୟଆର ଭାବେ ନାରାୟଣ ପଲାଇ ଓ ବରି ପରେରା ଉପସ୍ଥିତ ଥିଲେ।ଟୁର୍ଣ୍ଣାମେଣ୍ଟରେ ଭାସ୍ୟକାର ଭାବେ ସମିର ମହାନ୍ତି ଓ ଆଶୁତୋଷ ରାଉତ ଉପସ୍ଥିତ ଥିଲେ।ସ୍କୋରର ଭାବେ ବିଶ୍ଵଜିତ ଦାସ, ପ୍ରିୟବ୍ରତ କୁଅଁର ଉପସ୍ଥିତ ଥିଲେ।ଆଗାମୀ ଦିନରେ ଆଉ ଏକ ନାଇଟ କ୍ରିକେଟ ଟୁଣ୍ଣାମେଣ୍ଟ ଆୟୋଜିତ କରିବା ପାଇଁ କ୍ରିଡ଼ା ପ୍ରେମୀ ମାନେ ଦାବି କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons