{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : ସମ୍ବଲପୁର ଜିଲ୍ଲା ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ କୁଚିଣ୍ଡା ବ୍ଲକ ସ୍ତରୀୟ ସାଧାରଣ ବୈଠକ ତଥା ସାମ୍ବାଦିକ ସମ୍ମିଳନୀ ଆଇ.ଟି.ଡ଼ିଏ କାର୍ଯ୍ୟାଳୟ, କୁଚିଣ୍ଡା ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲା ସଭାପତି ପ୍ରେମାନନ୍ଦ ରେଡ଼ି ଉପସ୍ଥିତ ରହି କହିଲେ ଯେ ବହୁବାର ଶାନ୍ତିପୂର୍ଣ୍ଣ ଧର୍ମଘଟ ପରେ ପୂର୍ବତନ ରାଜ୍ୟ ସରକାର ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘକୁ ପ୍ରତିସ୍ତୁତି ଦେଇଥିଲେ ଯେ ଖୁବ ଶୀଘ୍ର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ନ୍ୟାୟ ପ୍ରଦାନ କରାଯିବ କିନ୍ତୁ ନ୍ୟାୟ ପ୍ରଦାନ ପରିବର୍ତ୍ତେ ଯେଉଁ ସମୟରେ ବିଶ୍ୱ ମହାମାରୀ କୋଭିଡ ଆକ୍ରମଣ ରେ ସାରା ବିଶ୍ୱ ଆକ୍ରାନ୍ତ ହେଲାବେଳେ ଏହି ଆଉଟସୋର୍ସିଙ୍ଗ କର୍ମଚାରୀ ଦିନରାତି ପରିଶ୍ରମ କରି ଧନ, ଜୀବନ, ରାଷ୍ଟ୍ରୀୟ ସମ୍ପତିର ସୁରକ୍ଷାରେ ଲିପ୍ତ ଥିଲାବେଳେ କୌଣସି କାରଣ ନଥାଇ ବିଭିନ୍ନ ବିଭାଗରେ ୬ ରୁ ୧୬ ବର୍ଷ ପର୍ଯ୍ୟନ୍ତ ନିଷ୍ଠାର ସହ ସେବା ଯୋଗାଇ ଥିବା କର୍ମଚାରୀ ମାନଙ୍କୁ ନିଷଠୁର ଭାବରେ ଚାକିରିରୁ ଛଟେଇ କଲେ । ଗୃହ ବିଭାଗ ଅତ୍ୟନ୍ତ ଅମାନୁଷିକ ଭାବରେ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଉପରେ ତା ୧୩-୦୭-୨୦୨୨ ରିଖରେ ଏକ ନିଷେଧାଦେଶ ଜାରିକଲେ । ପରିଣାମ ସ୍ୱରୂପ ରାଜ୍ୟରୁ ପ୍ରାୟ ଚାରି ହଜାର ରୁ ଅଧିକ କର୍ମଚାରୀଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବରେ ଚାକିରିରୁ ଛଟେଇ କଲେ। ଗୋଟିଏ ପଟେ ଛଟେଇ ଓ ଅନ୍ୟ ପଟେ ମହଙ୍ଗା ବଜାରରେ ମାତ୍ର ୨୫% ଦରମା ବୃଦ୍ଧି ଘୋଷଣା କଲେ ଯାହା ସମସ୍ତ ଆଉଟସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ଆଜି ଯାଏ ମିଳିଲା ନାହିଁ ଏବଂ ଏହି ବର୍ଗ ରେ ନିଯୁକ୍ତି କରି ଅଧିକାଂଶକୁ ଦିନ ମଜୁରିଆ ମାନ୍ୟତା ଦେଇ ଏହି ସୁବିଧାରୁ ବଞ୍ଚିତ କରାଗଲା ଏମିତିକି ସହିତ କୌଣସି ମୌଳିକ ସୁବିଧା ଯଥା ୩୦ଦିନର ବରମା ଛୁଟି ରୁ ବି ବଞ୍ଚିତ ହେଲେ । ପୂର୍ବତ୍ତନ ସରକାରଙ୍କ ନିକଟରେ ମହାସଂଘ ଲଗାତର ଭାବେ ଛଟେଇ, ଦିନ ମଝୁରିଆ ଓ ଆଉଟସୋର୍ସିଙ୍ଗ ବ୍ୟବସ୍ଥା କୁ ଦୂର କରି ସମସ୍ତଙ୍କୁ ଆଉଟସୋର୍ସିଙ୍ଗ କର୍ମଚାରୀ ଭାବେ ବିବେଚନା କରିବାକୁ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ଖୋବ ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବାବେଳେ ଏହି ଅସହାୟ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଉଭୟ ବିଧାନ ସଭାରେ ଓ ବିଧାନସଭାର ବାହାରେ ମଧ୍ୟ ଦୃଢ ଦାବୀ ଉପସ୍ଥାପନ କରିଥିଲେ, ସୌଭାଗ୍ୟକୁ ସେଦିନର ବିରୋଧୀ ଦଳର ମୁଖ୍ୟ ସଚେତକ ଆଜି ଖୋଦ ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ I ଆଶା ରଖୁଛୁ ଏବେ ନିଶ୍ଚିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ବିଚାର କରି ଅସହାୟ ଆଉଟସୋସିଂ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବେ । ସମ୍ବଲପୁର ଜିଲ୍ଲା ମହାସଂଘର ସଭାପତି ପ୍ରେମାନନ୍ଦ ରେଡ଼ି କହିଛନ୍ତି ଯେତେବେଳେ ରାଜ୍ୟରେ ଖଣିଖାଦାନ,ଶିଳ୍ପ ଓ ସରକାରୀ ତଥା ଅର୍ଦ୍ଦ ସରକାରୀ ସଂସ୍ଥାରେ ନିଯୁକ୍ତି ସୁଯୋଗ ନଥିଲା, ସେତେବେଳେ ରାଜ୍ୟର ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଏଭଳି ଏକ କୁଶ୍ଚିତ ଶୋଷଣକାରୀ ବ୍ୟବସ୍ଥାକୁ ଆପଣେଇ ନେଇଥିଲେ । ଆଶା ରଖୁଥିଲେ ରାଜ୍ୟର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେଲେ ସରକାର ଆଉଟସୋସିଂ କର୍ମଚାରୀଙ୍କୁ ସ୍ଥାୟୀ କରିବେ । କାରଣ ଅତୀତରେ ୮୯ ଦିନ କାମକରି ଗୋଟିଏ ଆଦେଶରେ ପୁରା ଗୁରୁପ-ସି ଓ ଗୁରୁପ-ଡି କର୍ମଚାରୀ ଭାବେ ସ୍ଥାୟୀ ହୋଇଯାଉଥିଲେ । ମହାସଂଘ ର କର୍ମକର୍ତା ମାନେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି ଛଟେଇ କର୍ମଚାରୀ ମାନକୁ ପୁନଃ ନିଯୁକ୍ତି ସହ ଛଟେଇ ବନ୍ଦ କରିବା, ଡେଲି ଓଜେସ୍ କର୍ମଚାରୀଙ୍କୁ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଭଳି ସମାନ ସୁବିଧା ପ୍ରଦାନ କରିବା ସହ ସମସ୍ତ ବର୍ଗର ଆଉଟସୋସିଂ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ଓ ସ୍ଥାୟୀ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବନିମ୍ନ ଦରମା ଦେବା ସହିତ ଚାକିରୀ ର ଜିରାପତ୍ତା ପାଇଁ ମହାସଂଘର ନେତୃତ୍ଵ ନିବେଦନ କରି ଆସୁଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ କୁଚିଣ୍ଡା ବ୍ଲକ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ର ବ୍ଲକ କୋଡ଼ିନେଟର ନେତୃତ୍ୱ ପ୍ରକାଶ ଚନ୍ଦ୍ର ସୁନା, ତାପସ ରଞ୍ଜନ ସାହୁ, ରଘୁନନ୍ଦନ ପାଣିଗ୍ରାହି, ସିଦାର୍ଥ ସଙ୍କର ସାହୁ, ନିରୁପମା କୁମୁରା, ପ୍ରକାଶ ଚନ୍ଦ୍ର ଶ୍ରିଦର, ନିଲାଞ୍ଚଲ ମହାପାତ୍ର, ସୁନିତା ନାୟକ ଓ ଅନ୍ୟ ସମସ୍ତ ବିଭାଗର କର୍ମିଚାରୀ ପ୍ରମୁଖ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.