ପ୍ରାକ୍ ଗର୍ଭଧାରଣ ଓ ପ୍ରସବ ପୂର୍ବ ନିଦାନ ଆଇନ ସଚେତନତା ପରାମର୍ଶଦାତା କମିଟି ବୈଠକ

Get real time updates directly on you device, subscribe now.

{ ଜୟପୁରରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : କୋରାପୁଟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ହୋଇଥିଲା। ଜିଲ୍ଲାପାଳ ଶ୍ରୀ V କୀର୍ତ୍ତି ଭସନ ଙ୍କ ନେତୃତ୍ୱ ରେ ଏହି ବୈଠକ ହୋଇଥିଲା ।ଜିଲ୍ଲାର ଥିବା ସମସ୍ତ ଅଲ୍ଟ୍ରାସାଉଣ୍ଡ ଗୁଡିକୁ ନିୟମିତ ଯାଞ୍ଚ ସହ ଅନ୍ୟ ବେଆଇନ କ୍ଲିନିକ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଜିଲ୍ଲାରେ ଲିଙ୍ଗ ନିରୂପଣ ଜନିତ ବେଆଇନ କାର୍ଯ୍ୟକୁ ରୋକିବା ନେଇ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଲିଙ୍ଗ ନିରୂପଣକୁ ରୋକାଯାଇ ପାରିଲେ ଉଭୟ ପୁରୁଷ ଓ ନାରୀ ସଂଖ୍ୟା ସମାନୁପାତ ବଜାୟ ରହିବ। କନ୍ୟା ଭୃଣ ହତ୍ୟାକୁ ରୋକିବା ଘେନି ପରାମର୍ଶଦାତା କମିଟି ଦ୍ଵାରା କାର୍ଯ୍ୟକାରୀ ହେଉଥ‌ିବା ପ୍ରକ୍ରିୟାକୁ ବ୍ୟାପକ କରିବା ସହିତ ଭୃଣ ହତ୍ୟା କରୁଥିବା ସଂସ୍ଥା ପ୍ରତି ନଜର ରଖୁବା ଏବଂ ଚଢଉ କାର୍ଯ୍ୟକୁ ବ୍ୟାପକ କରାଯିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ । ପ୍ରାକ୍ ଗର୍ଭଧାରଣ ଓ ପ୍ରସବ ପୂର୍ବ ନିଦାନ ଆଇନ ଜିଲ୍ଲା ପରାମର୍ଶଦାତା କମିଟି ରେ ଜିଲ୍ଲାରେ ଥିବା ଅଲ୍ଟ୍ରାସାଉଣ୍ଡ ସେଣ୍ଟର ରେ CCTV ସାତ ଦିନ ମଧ୍ୟରେ ଲଗାଇବା ପାଇଁ କୁହାଗଲା । HAL ହସ୍ପିଟାଲରେ ଏବଂ ନାଲକୋ ହସ୍ପିଟାଲରେ PMSMA ରୁ ପ୍ରେରିତ ଗର୍ଭବତୀ ଙ୍କୁ ମାଗଣା ଅଲ୍ଟ୍ରାସାଉଣ୍ଡ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା । ଜିଲ୍ଲାରେ କୌଣସି ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେବା ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଙ୍କ ଠାରୁ ଅନୁମତି ନେବା ଆବଶ୍ୟକ । ବୈଠକରେ ଜୟପୁର ଉପଜିଲ୍ଲାପାଳ , A sasya ରେଡି ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦାସ, ADPHO (FW) ଡ଼ଃ ନୀଳମାଧବ ଶତପଥୀ, DMO ଡ଼ଃ R N ମିଶ୍ର , DSP ଶ୍ରୀ ବିରଞ୍ଚି ଜଗତ, ଆଡ଼ଭୋକେଟ ଶ୍ରୀ P K ପାଢ଼ୀ (APP), DPM ଶ୍ରୀ ଶୁଭକାନ୍ତ ଗାନ୍ତୟତ ସହ ସହକାରୀ ମେନେଜର ସୂର୍ଯ୍ୟ ମହାପାତ୍ର ଏହି ବୈଠକ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons