{ତିର୍ତୋଲ୍ ରୁ ପ୍ରସନ୍ନଜିତ ଦାସ } : ରାହାମା ଖୋସାଲପୁର ପୋଲ ମଧ୍ୟ ଭାଗରେ ଏକ ଲୁହାର (ସିଡ଼ି) ପୋଲଟି କୁଜଙ୍ଗ ପଞ୍ଚାୟତ ସମିତି ଦ୍ବାରା କରାଯାଉଛି ହେଲେ ମଧ୍ୟ ଏହି ପୋଲ ର ସିଡ଼ି ଉପରେ ଭରଷା ନାହିଁ । ତାହା ବିପଦସଙ୍କୁଳ ଓ ନିମ୍ନମାନର ବୋଲି ସାଇଲୋ ଗ୍ରାମ ପଞ୍ଚାୟତ ର ୧ ନମ୍ବର ୱାର୍ଡ ସଭ୍ୟା ଲୋଚନା ଖୁଣ୍ଟିଆ ଅଭିଯୋଗ କରିଛନ୍ତି। ସାଇଲୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିପୁର ଦୁଇଟି ୱାର୍ଡର ପ୍ରାୟ ୬୦୦ରୁ ଅଧିକ ଗୋପାଳ ଜାତିର ଲୋକମାନେ ଏହି ଗ୍ରାମରେ ବସବାସ କରନ୍ତି। ଏହି ପୋଲ ପାଇଁ ଏଠାରେ ଏକ ପାଦଚଲା ପୋଲ ଦାବି ହୋଇଥିଲା ।ଯେଉଁ ପୋଲ ହୋଇଛି ତାହା ସଂପୂର୍ଣ ନିମ୍ନମାନର ଓ ବିପଦ ପୂର୍ଣ। ଏ ସମ୍ପର୍କରେ ଜେଇ ଦୀପ୍ତି ରଂଜନ ମହାନ୍ତି ଓ ଏସଡିପିଓ ଆର ଆଣ୍ଡ ବି ମଣିଜଙ୍ଗା ରେ ଦାବି ହେଉଥିଲା। ଏବେ ଅଭିଯୋଗ ହୋଇଛି ଯେ ଏହି ଭଳି ବିପଦସଙ୍କୁଳ ଅବସ୍ଥାରେ ଯିବା ଆସିବା କଲେ ଯଦି କାହାର ଧନ ଜୀବନ ନଷ୍ଟ ହୁଏ ତାହା ପାଇଁ ଦାୟୀ କିଏ ରହିବ ବ୍ଲକ ପ୍ରଶାସନ ନାଁ ଆର ଆଣ୍ଡ ବି ରହିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed, but trackbacks and pingbacks are open.