{ ତିର୍ତୋଲ୍ ରୁ ପ୍ରସନ୍ନଜିତ ଦାସ } : ଜଗତସିଂହପୁର ଜିଲ୍ଲାରେ ଏକ ଚର୍ଚ୍ଚିତ ଶିକ୍ଷା ମଣ୍ଡଳ ହେଉଛି ତିର୍ତ୍ତୋଲ ଶିକ୍ଷା ମଣ୍ଡଳ | ସେ ଡ୍ରେସ କେଳେଙ୍କାରୀ ହେଉ କି ମଧ୍ୟାହ୍ନ ଭୋଜନ କେଳେଙ୍କାରୀ ଅବା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆସିଥିବା ଅର୍ଥ ହେରଫେର ହେଉ, ସବୁଥିରେ ତିର୍ତ୍ତୋଲ ଶିକ୍ଷା ମଣ୍ଡଳ ସବୁଥିରେ ନିଜର ଦୁର୍ନାମ ଅର୍ଜନ କରିସାରିଲାଣି | ନିକଟରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଉଦିଷ୍ଟ ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆସିଥିବା ଅର୍ଥ ସିଧାସଳଖ ଜଣେ ସିଆରସିସି ଙ୍କ ସଂଚୟ ଖାତା କୁ ଆସିବା ଏବଂ ବହୁତ ଦିନ ବ୍ୟବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହେବା ଏବଂ ଉକ୍ତ କାର୍ଯ୍ୟକ୍ରମ ରେ ମଣ୍ଡଳ ଶିକ୍ଷା ଅଧିକାରୀ କିମ୍ୱା ବିଆରସିସି ଅନୁପସ୍ଥିତ ରହିବା ଖବର ଚର୍ଚ୍ଚାର ଶିରୋନାମା ପାଲଟିଥିଲା | ସରକାରୀ ଅର୍ଥ ବିଭାଗୀୟ ଅଧିକାରୀ ନଚେତ କୌଣସି ଭେଣ୍ଡର ର ବ୍ୟାଙ୍କ ଖାତାକୁ ଯିବାର ନିୟମ ଥିଲା ବେଳେ, ତାହା ଜଣେ ସିଆରସିସି ଙ୍କ ସଂଚୟ ଖାତାକୁ କେଉଁ ନିୟମ ଆଧାରରେ ଗଲା ଏବଂ ସେ ସିଆରସିସି ମହାଶୟ କେମିତି ଭେଣ୍ଡର ହେଲେ ତାହା ତଦନ୍ତ ସାପେକ୍ଷ | କିଛି ସିଆରସିସି ଦୀର୍ଘ ଦିନରୁ ଏହି ଶିକ୍ଷା ମଣ୍ଡଳରେ ଆସ୍ଥାନ ଜମାଇ ଏଠାକୁ ଶିକ୍ଷା ମଣ୍ଡଳ ଅଧିକାରୀ ମାନଙ୍କୁ ଗଦ ସୂଂଘାଇ ବଶୀଭୂତ କରି ରଖିବା ସହିତ ସବୁ ଦୁର୍ନୀତିର କର୍ପଟଦାର ସାଜିଛନ୍ତି | ସେମାନଙ୍କ ମଧ୍ୟରୁ କିଛି ସିଆରସିସି ବେଆଇନ ଡ୍ରଗ୍ସ କରବାର ରେ ଲିପ୍ତ ଥିବା ଚର୍ଚ୍ଚା ହେଉଥିବା ବେଳେ ମହାଶୟ ପୁଣି ଔଷଧ ହୋଲସେଲ ବ୍ୟବସାୟ ମଧ୍ୟ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି | ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନ କୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି | ଅନ୍ୟପକ୍ଷରେ ବିଭିନ୍ନ ଗଣମାଧ୍ୟମରେ ଶିକ୍ଷା ମଣ୍ଡଳରେ ଘଟୁଥିବା ଦୁର୍ନୀତିର ପ୍ରସାରଣ ପରେ ଏକ ପ୍ରକାର ଇତସ୍ତତଃ ହୋଇପଡିଛନ୍ତି ଏହି ବାହୁବଳୀ ସିଆରସିସି ମାନେ ନିଜକୁ ବଞ୍ଚାଇବା ଉଦ୍ଦେଶ୍ୟରେ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ମୁଣ୍ଡକୁ ମଧ୍ୟ ଖରାପ କରିସାରିଲେଣି | ଏମାନେ ଦୁର୍ନୀତିରେ ଏତେ ମାତ୍ରାରେ ପ୍ରବୀଣ ଯେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କୁ ମଧ୍ୟ ବିଭିନ୍ନ ଦୁର୍ନୀତିରୁ ମିଳୁଥିବା ଅର୍ଥର ଭାଗିଦାରୀ କରି ସାରିଲେଣି | ମୋଟା ଅଙ୍କର ଅର୍ଥ ଦାନ କରି ଦୀର୍ଘ ଦିନରୁ ଏଠାରେ ଆସ୍ଥାନ ଜମାଇ ସାରିଲେଣି | ବର୍ତ୍ତମାନ ସମସ୍ତେ ଏକତ୍ରିତ ହୋଇ ବିଭିନ୍ନ ସାମ୍ବାଦିକ ମାନଙ୍କୁ ଟଙ୍କା ଦେଇ ନିଜ ସପକ୍ଷରେ ଖବର ପରିବେଷଣ ପାଇଁ ଗୁହାରି କରି ବୁଲୁଥିବା ଶୁଣିବାକୁ ମିଳୁଛି | ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଏବଂ ଏହି ସୁପର ପାୱାର ସିଆରସିସି ମାନଙ୍କ ବିରୋଧରେ ଖବର ପରିବେଷଣ କରିଥିବା ସାମ୍ବାଦିକ ମାନଙ୍କୁ ଅଣସାମ୍ବାଦିକ ବୋଲି କହିବା ହାସ୍ୟାସ୍ପଦ | ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ କରାଇବାର ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି | ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି |
Comments are closed, but trackbacks and pingbacks are open.