ପୂର୍ତ୍ତବିଭାଗର ଖାମଖିଆଲି ମନବୃତ୍ତିକୁ ନେଇ ଜନ ଅସନ୍ତୋଷ,ମାଛମରା ଛକ ଠାରୁ ଗୋଷାଣି ରାସ୍ତା ଅବସ୍ଥା ଶୋଚନୀୟ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ମାଛମରା ଗ୍ରାମର ଜାତୀୟରାଜପଥ ୩୨୬-ଏ ଠାରୁ ଗୋଷାଣି ବ୍ଲକ ସଦର ମହକୁମା ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପୂର୍ତ୍ତବିଭାଗର ଖାମଖିଆଲି ମନବୃତ୍ତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ମାଛମରା ଗ୍ରାମ ଛକ ଠାରୁ ବ୍ଲକ ସଦରମହକୁମା ଗୋଷାଣି ପର୍ଯ୍ୟନ୍ତ ପ୍ରାୟ ୯ କିମି ରାସ୍ତା ଅବସ୍ଥା ଦୀର୍ଘ ଦିନ ହେଲା ଶୋଚନୀୟ ହୋଇପଡିଛି । ଏନେଇ ବାରମ୍ବାର ପୂର୍ତ୍ତବିଭାଗର ଦ୍ବାରସ୍ଥ ହୋଇଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ କର୍ଣ୍ଣପାତ ନ କରିବାରୁ ଦିନକୁ ଦିନ ଏହି ୯ କିମି ରାସ୍ତାଘାଟ ତମାମ ଖାଲଖମାରେ ପରିଣତ ହୋଇଛି । ବର୍ତ୍ତମାନ ବର୍ଷା ଯୋଗୁଁ ଏହା ଦ୍ବିଗୁଣିତ ହୋଇଛି । ବର୍ଷା ଦିନ ପୂର୍ବରୁ ବିଭାଗ ଏହାର ରକ୍ଷଣାବେକ୍ଷଣ ନ କରିବା ଯୋଗୁଁ ବର୍ଷା ଦିନେ ବିଭିନ୍ନ ସ୍ଥାନରେ ରାସ୍ତା ଗୁଡିକ ଆହୁରି ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଯାତାତାୟତ କରୁଥିବା ଗାଡି ମୋଟର ଗୁଡିକ ତୁରନ୍ତ ରାସ୍ତା କାମ ନ କଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ଉଲ୍ଲେଖିତ ରାସ୍ତା ମଧ୍ୟରେ ବିଭିନ୍ନ ଗ୍ରାମାଞ୍ଚଳ ରହିଥିବା ବେଳେ ଏହି ରାସ୍ତା ଉପରେ ଗୋଷାଣି ବ୍ଲକ ସଦର ମହକୁମାକୁ ଯିବାପାଇଁ ପ୍ରାୟ ୧୩ ଗୋଟି ପଞ୍ଚାୟତର ଅଧିବାସୀ ମାନେ ନିର୍ଭର କରିଥାନ୍ତି । ସେହିପରି ଗୁରାଣ୍ଡି, ତାଟିପେଟି, ଭୁଷୁକୁଡି ଆଦି ବଡ ବଡ ଗ୍ରାମାଞ୍ଚଳ ଏହି ରାସ୍ତା ଅନ୍ତର୍ଗତରେ ରହିଛି । ତେଣୁ ଏହା ଏକ ବ୍ୟସ୍ତବହୁଳ ରାସ୍ତା ଅଟେ । ତେଣୁ ଦୈନନ୍ଦିନ ବହୁ ସଂଖ୍ୟକ ଯାନବାହାର ଯାତାୟତ କରିଥାଏ । ବର୍ଷା ଦିନ ପୂର୍ବରୁ ଉଲ୍ଲେଖିତ ରାସ୍ତାଟି ଖାଲଖମା ଭରି ହୋଇଥିବାର ପୂର୍ତ୍ତ ବିଭାଗ ଠାରୁ ଆରମ୍ଭ କରି ପଞ୍ଚାୟତସମିତି ବୈଠକରେ ମଧ୍ୟ ଅଭିଯୋଗ ହୋଇଥିଲା । ରାସ୍ତାର ସମସ୍ୟାକୁ ନେଇ ସ୍ଥାନୀୟ ବିଧାୟକ, ସ୍ଥାନୀୟ ସରପଞ୍ଚ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଇଛନ୍ତି । ହେଲେ ଆଜିପର୍ଯ୍ୟନ୍ତ ପୂର୍ତ୍ତବିଭାଗ କୌଣସି କାମ ନ କରିବାରୁ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons