ସରକାରୀ ଜାଗାରେ ଚାରିମହଲା କୋଠାକୁ ନେଇ ପ୍ରଶ୍ନ !

Get real time updates directly on you device, subscribe now.

{ ପୁରୀରୁ କଳ୍ପତରୁ ମହାନ୍ତିଙ୍କ ରିପୋର୍ଟ } : ପୁରୀ-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବେ ବଳିଆ ପଣ୍ଡା ଅଞ୍ଚଳରେ ସରକାରୀ ଜାଗାରେ ବେଆଇନ କୋଠା ଭଙ୍ଗା ଯାଉଛି । ଏସବୁସତ୍ଵେ କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ଅଫିସରଙ୍କ ଯୋଗୁଁ କିଛି କୋଠା ଭଙ୍ଗା ଯାଇପାରିନାହି । ବଳିଆପଣ୍ଡା ମୌଜା ଖାତା ନଂ-୧୧,ପ୍ଲଟ ନ୍ଂ ୬୧ ରେ ଥିବା ପ୍ରଜା ସରକାରୀ ପତିତ ବଳିପଡିଆ ରେ ଗଢି ଉଠିଛି ଚାରିମହଲା କୋଠା ଓ ବିଶିଷ୍ଟ ହୋଟେଲ । ଏହା ମୁନିସପାଲଟି ବିନା ପ୍ଲାନିଂଗ୍ ରେ ନେଳି ପ୍ଲାଷ୍ଟିକ ଜାରି ଅଖା ଘୋଡାଯାଇ କାମ ଚାଲୁଥିବା ସ୍ଥାନୀୟ ଅଞ୍ଚଳ ବାସୀ ଅଭିଯୋଗ କରୁଥିବା ଶୁଣାଯାଉଛି । କିନ୍ତୁ ପୁରୀ ମୁନିଷପାଲଟି ଅଫିସର ଓ ପି.କେ.ଆରଡି ଚୁପ ।ଓଡିଶା ସରକାର ଖତ୍ବାନ ନଂ୧ ରେ ପ୍ରଜା ସରକାର ରହିଛନ୍ତି । ପୁରୀ ତହସିଲଦାର ଙ୍କ ଦୃଷ୍ଟି ଗୋଚର ହେବା ପରେ ନୋଟିସ ଦିଆଯାଇଥିଲେ ମଧ୍ୟ କୋଠା ର ବେନାମି ଦଖଲଦାର ମାଲିକ ଙ୍କ ଦେଖା ମିଳୁ ନ ଥିବା ଅଭିଯୋଗ ହେଉଛି । ବେଆଇନ ଅବରୋଧ ଦଣ୍ଡନୀୟ ଅପରାଧ ଜାଣି ମଧ୍ୟ ନିର୍ମାଣ କାରୀ କୋଠା ର୍ ମୁଖିଆ ତହସିଲ ରେ ହାଜର ହେଉନଥିବା କୁହାଯାଉଛି ।ଏହି କୋଠା ଓ ଏହାର ନିର୍ମାଣକାରୀ ଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବେ ଆଲୋଚନା ହେଉଛି ।ଶୁଣିବାକୁ ମିଳୁଛି ଯେ ମୁନିସପାଲଟି ଅଫିସର ଙ୍କର ଇଏ ହେଉଛନ୍ତି ଚିନ୍ହା ବ୍ୟକ୍ତି ହୋଇଥିବାରୁ ପ୍ରଶାସନ ଚୁପ ହୋଇବସିଛନ୍ତି ।ତୁରନ୍ତ ଏହି କୋଠା କୁ ଭାଙ୍ଗି ମାଟି ରେ ମିଶାଇବା ପାଇଁ ସ୍ଥାନୀୟ ଅଞ୍ଚଳ ରେ ଦାବୀ ହେଉଛି |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons