{ ଦେବଗଡ଼ରୁ ଇନ୍ଦ୍ରଜିତ ନାଏକଙ୍କ ରିପୋର୍ଟ } : ଦେବଗଡ଼ ଜିଲ୍ଲା ତିଲେଇ ବଣି ବ୍ଲକ ଅନ୍ତର୍ଗତ ସଡୋ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୪୨ ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୩୬ ଟି ବ୍ୟକ୍ତିଗତ ଓ ୬ ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ପାନୀୟ ଜଳ , ନୂତନ ରାସ୍ତା ନିର୍ମାଣ , ବିକଳାଙ୍ଗ ଭତ୍ତା , ଜମିବାଡ଼ି ବିବାଦ , ପ୍ରଧାମନ୍ତ୍ରୀ ଆବାସ ଯୋଜନା ନିମନ୍ତେ ସମାଧାନ ପାଇଁ ଅଭିଯୋଗ ହୋଇଥିଲା । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ , ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରାଜେନ୍ଦ୍ର ମିଞ୍ଜ , ବନଖଣ୍ଡ ଅଧିକାରୀ ମିସ ରଶ୍ମି ଜି , ଉପ ଜିଲ୍ଲାପାଳ ପରୀକ୍ଷିତ ସାହୁ , ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର ,ଗୋଷ୍ଠୀ ଉନ୍ନୟନ ଅଧକାରୀ ତିଲେ଼ଇ ବଣି ପ୍ରିୟ ଦର୍ଶନୀ ମିର୍ଦ୍ଧା , ତହସିଲଦାର ଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.