ପାରମ୍ପରିକ ଲୋକ ନୃତ୍ୟରେ ଦୁଲିକିଲା ସୁରଭି କାର୍ଯ୍ୟକ୍ରମ ମଞ୍ଚ

Get real time updates directly on you device, subscribe now.

{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : କାଶୀନଗର ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବାଲା ସାଇମ୍ମା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ. ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ହୃଷିକେଶ ଗୌଡ଼, ପ୍ରଶାନ୍ତ ମିଶ୍ର, ରବିନ୍ଦ୍ର କୁମାର ମଲ୍ଲିକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣ ଜେ. ନର୍ମଦା ଦାସ, ସୋମେଶ୍ୱର ରାଓ ମଂଚାସୀନ ହୋଇଥିଲେ.ଏହି କାର୍ଯ୍ୟକ୍ରମ ରେ 5ଟି କ୍ଳଷ୍ଟରରୁ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମ ରେ ବିଭିନ୍ନ ସଂସ୍କୃତିକ, ପାରମ୍ପରିକ ଲୋକ ନୃତ୍ୟ କରି ନିଜ ନିଜ ଅନ୍ତର୍ନିହିତ ପ୍ରତିଭାମନ ନୃତ୍ୟ ମାଧ୍ୟମରେ ବିଚାରକ ମାନଙ୍କ ସମ୍ମୁଖରେ ନିଜର ପ୍ରତିଭ ପଦ୍ରସନ୍ କରିଥିଲେ | ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗମାଙ୍ଗ ସୁରଭି କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ସମସ୍ତଙ୍କ ସମ୍ମୁଖରେ ବିକଶିତ କରି ସେମାନଂକୁ ଠିକ ମାର୍ଗରେ ପହଞ୍ଚେଇବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ବୋଲି କହିଥିଲେ | ଯେଉଁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହୋଇଥିଲେ ସେମାନଂକୁ ସୁରଭି କାର୍ଯ୍ୟକ୍ରମ ରେ ମଞ୍ଚାସିନ ହୋଇଥିବା ଅତିଥି ମାନେ ଉପଢୌକନ ସହ ମାନପତ୍ର ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମ କୁ ସି ଆର ସି, ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ.ଗୌରୀ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରିଥିବା ଲୋକ ନୃତ୍ୟ ବିଚାରକ ମଣ୍ଡଳୀ ମାନଙ୍କ ଦ୍ୱାରା ପ୍ରଥମ ସ୍ଥାନ ପାଇଥିଲା |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons